Home / ମୁଖ୍ୟ ଖବର / ପୁରୀରେ ରାଷ୍ଟ୍ରୀୟ ୧୦୮ କୁଣ୍ଡୀୟ ମହାଯଜ୍ଞର ଶୁଭାରମ୍ଭ -ସମୁଦ୍ରକୂଳରେ ବିଶାଳ କଳସ ଯାତ୍ରା

ପୁରୀରେ ରାଷ୍ଟ୍ରୀୟ ୧୦୮ କୁଣ୍ଡୀୟ ମହାଯଜ୍ଞର ଶୁଭାରମ୍ଭ -ସମୁଦ୍ରକୂଳରେ ବିଶାଳ କଳସ ଯାତ୍ରା

pol

ପୁରୀ – ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ (ଗୋବିନ୍ଦ ଗୋଧାମ ଗୋଶାଳା) ଏବଂ ରାଜସ୍ଥାନର ଶ୍ରୀ ସୀତାରାମ ଦାସ ଜୀ ମହାରାଜ ବଲଡାଧାମ ବିକାଶ ସମିତି ମିଳିତ ଆନୁକୁଲ୍ୟରେ ରାଷ୍ଟ୍ରୀୟ ୧୦୮ କୁଣ୍ଡୀୟ ଶ୍ରୀ ଶ୍ରୀ ୧୦୦୮ ଶ୍ରୀ ଜଗନ୍ନାଥ ପରମବ୍ରହ୍ମ ବିଶ୍ୱ କଲ୍ୟାଣ ଶାନ୍ତି ମହାଯଜ୍ଞର ଶୁଭାରମ୍ଭ ହୋଇଛି । ସ୍ୱର୍ଗଦ୍ୱାର ସମ୍ମୁଖରେ ଥିବା ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ମହୋଦଧି ଆଳତୀ ମଣ୍ଡପ ନିକଟରୁ ୨୦୦ କଳସ ଧାରଣ କରି ରାଜସ୍ଥାନ, ତେଲେଙ୍ଗାନା, ମଧ୍ୟପ୍ରଦେଶ ଓ ଓଡିଶା ସମେତ ବିଭିନ୍ନ ରାଜ୍ୟରୁ ଆସିଥିବା ବୈଦିକ ବ୍ରାହ୍ମଣ ଏବଂ ଭକ୍ତବୃନ୍ଦ ବିଶାଳ ଆଧ୍ୟାତ୍ମିକ ଶୋଭାଯାତ୍ରାରେ ଯଜ୍ଞସ୍ଥଳକୁ ଯାତ୍ରା କରିଥିଲେ ।
ଏହି ଶୋଭାଯାତ୍ରାରେ ରାଜସ୍ଥାନ ଜୟପୁରର ସନ୍ଥ ପଣ୍ଡିତ ଚିରଞ୍ଜିବୀ ଶାସ୍ତ୍ରୀ, ରାଜକୁମାର ଶାସ୍ତ୍ରୀ, ଶ୍ରୀରାମ ଶାସ୍ତ୍ରୀ, ପୁରୀ ନେବଳ ଦାସ ମଠର ମହନ୍ତ ଡ. ରାମଚରଣ ଦାସ ଜୀ ମହାରାଜ ଏବଂ ଗୋବିନ୍ଦ ଗୋଧାମ ଗୋଶାଳାର ପ୍ରତିଷ୍ଠାତା ତଥା ସଂପାଦକ ପଣ୍ଡିତ ବିଷ୍ଣୁଚରଣ ପଣ୍ଡା ଜୀ ମହାରାଜ ବିଶାଳ ଶୋଭାଯାତ୍ରାରେ ଯଜ୍ଞସ୍ଥଳ ନିକଟରେ ପହଞ୍ଚି କଳସ ସ୍ଥାପନ କରାଇଥିଲେ ।

ବ୍ରହ୍ମପୁରର ଲୋକସଭା ସାଂସଦ ପ୍ରଦୀପ ପାଣିଗ୍ରାହୀ ଯଜ୍ଞସ୍ଥଳରେ ପହଞ୍ଚିବାକ୍ଷଣି ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷା ରଞ୍ଜିତା ପାଢୀ, ଟ୍ରଷ୍ଟର ମୁଖପାତ୍ର ତଥା ସାମ୍ବାଦିକ ବିଷ୍ଣୁଦତ୍ତ ଦାସ ପ୍ରମୁଖ ସ୍ୱାଗତ କରି ଯଜ୍ଞସ୍ଥଳକୁ ନେଇଥିଲେ । ପ୍ରଥମେ ସାଂସଦ ଯଜ୍ଞସ୍ଥଳ ରେ ଉପସ୍ଥିତ ଥିବା ରାଜସ୍ଥାନ ବଲଡାଧାମର ପ୍ରସିଦ୍ଧ ସନ୍ଥ ସୀତାରାମ ଦାସ ଜୀ ମହାରାଜଙ୍କର ଦର୍ଶନ କରିଥିଲେ । ପଣ୍ଡିତ ବିଷ୍ଣୁଚରଣ ପଣ୍ଡା ଜୀ ମହାରାଜ ଯଜ୍ଞସ୍ଥଳ ଦର୍ଶନ କରାଇଥିଲେ । ସେଠାରେ ବୈଦିକ ପୂଜାର୍ଚ୍ଚନା ସହ ଯଜ୍ଞର ଶୁଭାରମ୍ଭ କରାଯାଇଥିଲା ।”

ଏହି ଅବସରରେ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସାଂସଦ ପ୍ରଦୀପ ପାଣିଗ୍ରାହୀ କହିଥିଲେ ଗୋ-ହତ୍ୟା ଆଇନ ୧୯୬୧ ର ପୁର୍ନଃବିଚାର କରି କଠୋର କରିବାର ଆବଶ୍ୟକତା ରହିଛି । ଆମର ରାଜ୍ୟସରକାର ଏ ସମ୍ବନ୍ଧରେ ଚେଷ୍ଟା ଜାରି ରଖିବା ସହିତ ମୁଁ ଆଶା କରୁଛି ବିଧାନସଭାରେ ଦଳମତ ନିର୍ବିଶେଷରେ ଆଲୋଚନା କରାଯାଇ ପଦକ୍ଷେପ ନେବାର ସମୟ ଆସିଛି । ଆମ୍ଭର ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀ ବଡ ଦକ୍ଷ ବ୍ୟକ୍ତି । ଯେଉଁମାନେ ଗୋଚର ଜମିକୁ ଚଞ୍ଚକତା କରି ବିକ୍ରି, କ୍ରୟ କିମ୍ବା ଦଖଲ କରିଛନ୍ତି ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଏଥିରେ ସନ୍ଦେହ ନାହିଁ । ଓଡିଶାର ସମସ୍ତ ଗୋଚର ଜମି ଗୋମାତା ଏବଂ ସମାଜର ବିକାଶ ପାଇଁ ସଂରକ୍ଷିତ ରଖାଯାଉ। ରାଷ୍ଟ୍ରୀୟ ସ୍ତରରେଏହି ଯଜ୍ଞ ମାଧ୍ୟମରେ ଗୋମାତା ଏବଂ ସନାତନ ଧର୍ମର ସୁରକ୍ଷା ପାଇଁ ଯେଉଁ ଅଦ୍ଭୁତ ପ୍ରୟାସ କରାଯାଇଛି ତାହା ପ୍ରଶଂସନୀୟ ଏବଂ ଏହା ସମାଜରେ ପ୍ରେରଣାଦାୟୀ ହେବ ଏଥିରେ ସନ୍ଦେହ ନାହିଁ । ଯଜ୍ଞସ୍ଥଳରେ ତେଲେଙ୍ଗାନା ନିଜାମବାଦର ଅର୍ନ୍ତରାଷ୍ଟ୍ରୀୟ ରାମଚରିତ ମାନସ ପ୍ରବଚକ ସୁରେଶ ସାରଡା ଏବଂ ଶରତ ସାରଡାଙ୍କ ସମେତ ବିଭିନ୍ନ ରାଜ୍ୟର ଗୋଭକ୍ତ ନୈଷ୍ଠିକ ବ୍ରାହ୍ମଣ ଏଥିରେ ଯୋଗ ଦେଇଛନ୍ତି ।

୨୧ ନଭେମ୍ବର ଗୁରୁବାର ଠାରୁ ୨୯ ନଭେମ୍ବର ଶୁକ୍ରବାର ୯ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମକୁ ପଣ୍ଡିତ ବିଷ୍ଣୁଚରଣ ପଣ୍ଡା ଜୀ ମହାରାଜ ଏବଂ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ ପରିଚାଳନାକରୁଛନ୍ତି 

pol2

ଗୋ-ହତ୍ୟା ବନ୍ଦ, ଗୋଚର ଜମି ଉଦ୍ଧାର ପାଇଁ ବିଧାନସଭାରେ ଆଲୋଚନା ଜରୁରୀ : ସାଂସଦ ପ୍ରଦୀପ ପାଣିଗ୍ରାହୀ
ଓଡିଶାର ସମସ୍ତ ଗୋଚର ଜମି ଗୋମାତା ଏବଂ ସମାଜର ବିକାଶ ପାଇଁ ସଂରକ୍ଷିତ ରଖାଯାଉ : ସାଂସଦ ପ୍ରଦୀପ ପାଣିଗ୍ରାହୀ

SPREAD YOUR LOVE WITH YOUR FRIENDS AND FAMILY