Home / ଆଧ୍ୟାତ୍ମିକ / ପୁରୀରେ ରାଷ୍ଟ୍ରୀୟ ୧୦୮ କୁଣ୍ଡୀୟ ମହାଯଜ୍ଞରେ ଯୋଗଦେଲେ ଜୟପୁରର ରାଜଗୁରୁ ଓ ବିଶିଷ୍ଠ ବ୍ୟକ୍ତିଗଣ

ପୁରୀରେ ରାଷ୍ଟ୍ରୀୟ ୧୦୮ କୁଣ୍ଡୀୟ ମହାଯଜ୍ଞରେ ଯୋଗଦେଲେ ଜୟପୁରର ରାଜଗୁରୁ ଓ ବିଶିଷ୍ଠ ବ୍ୟକ୍ତିଗଣ

whatsapp image 2024 11 24 at 18.59.06 a1671db2


ପୁରୀ – ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ (ଗୋବିନ୍ଦ ଗୋଧାମ ଗୋଶାଳା) ଏବଂ ରାଜସ୍ଥାନର ଶ୍ରୀ ସୀତାରାମ ଦାସ ଜୀ ମହାରାଜ ବଲଡାଧାମ ବିକାଶ ସମିତି ମିଳିତ ଆନୁକୁଲ୍ୟରେ ରାଷ୍ଟ୍ରୀୟ ୧୦୮ କୁଣ୍ଡୀୟ ଶ୍ରୀ ଶ୍ରୀ ୧୦୦୮ ଶ୍ରୀ ଜଗନ୍ନାଥ ପରମବ୍ରହ୍ମ ବିଶ୍ୱ କଲ୍ୟାଣ ଶାନ୍ତି ମହାଯଜ୍ଞର ଚତୁର୍ଥ ଦିବସରେ ବିଶିଷ୍ଠ ଅତିଥିମାନେ ଯୋଗଦେଇ ଯଜ୍ଞସ୍ଥଳ ପରିକ୍ରମା କରିଥିଲେ ।

ଏହି ଅବସରରେ ରାଜସ୍ଥାନ ଜୟପୁରର ମାନ୍ୟତାପ୍ରାପ୍ତ ପୁରୀଧାମର ରାଜଗୁରୁ, ପଞ୍ଚରଙ୍ଗୀ ଛଡିୱାଲା ତଥା ପୁରୀର ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଯଜ୍ଞସ୍ଥଳରେ ପହଞ୍ଚି ଯଜ୍ଞକୁଣ୍ଡ ପରିକ୍ରମା କରିଥିଲେ । ସେହିଭଳି ସୂଚନା ଓ ଲୋକସଂପର୍କ ବିଭାଗର ଉପନିର୍ଦ୍ଦେଶକ ତଥା ପୁରୀ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଉତ୍କଳ ବିଦ୍ୱତ ପରିଷଦର ଅଧ୍ୟକ୍ଷ ମନୋଜ କୁମାର ରଥ, ଶ୍ରୀ ରାମଦୟା ପରିଷଦର ସଂପାଦକ ବିଜୟକୃଷ୍ଣ ବ୍ରହ୍ମା, ନୂଆପଡା ଖରିଆରର ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତି, ପୁରୀ ଅର୍ବାନ କୋ-ଅପରେଟିଭ ବ୍ୟାଙ୍କର ନିର୍ଦ୍ଦେଶକ ଅନୀଲ କୁମାର ସାହୁ, ବିପ୍ର ଫାଉଣ୍ଡସେନର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓଁପ୍ରକାଶ ମିଶ୍ର, ପ୍ରାନ୍ତୀୟ ଉପାଧ୍ୟକ୍ଷା ପୁଷ୍ପା ମିଶ୍ର, ରାଜ୍ୟ ଉପାଧ୍ୟକ୍ଷ ପୱନ କୁମାର ଶର୍ମା, ସମାଜସେବୀ ପ୍ରେମ ଅଗ୍ରୱାଲ, ରାଜସ୍ଥାନ ଶିଖର ଜିଲ୍ଲା ପଲସାନା ଖାଟୁ ଶ୍ୟାମ ମହାରାଜ ମହନ୍ତ ମନୋହର ଶରଣ ଦାସ ଜୀ, ବେଙ୍ଗୁଲୁରୁର ମାଧବାନ୍ ଜୀ ଆଦି ବିଶିଷ୍ଠ ଅତିଥିମାନେ ପହଞ୍ଚି ମହାଯଜ୍ଞ ଦର୍ଶନ କରିବା ସହିତ ଯଜ୍ଞସ୍ଥଳରେ ଉପସ୍ଥିତ ଥିବା ରାଜସ୍ଥାନ ବଲଡାଧାମର ପ୍ରସିଦ୍ଧ ସନ୍ଥ ଶ୍ରୀ ଶ୍ରୀ 108 ଶ୍ରୀ ସୀତାରାମ ଦାସ ଜୀ ମହାରାଜଙ୍କର ଦର୍ଶନ କରିଥିଲେ ।

whatsapp image 2024 11 24 at 18.59.09 34410440


ଯଜ୍ଞସ୍ଥଳରେ ରାଜସ୍ଥାନ ଜୟପୁରର ମାନ୍ୟତାପ୍ରାପ୍ତ ପୁରୀଧାମର ରାଜଗୁରୁ, ପଞ୍ଚରଙ୍ଗୀ ଛଡିୱାଲା ତଥା ପୁରୀର ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ନିଜର ଅଭିଭାଷଣରେ କହିଥିଲେ ରାଜସ୍ଥାନ ଜୟପୁରରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରକୁ ବହୁବର୍ଷଧରି ତାଙ୍କ ପରିବାରର ଲୋକେ ପୂଜାକରି ଆସୁଛନ୍ତି । ମାତ୍ର ଆଗାମୀ ଦିନରେ ଏହି ମହାଯଜ୍ଞରେ ଯଜ୍ଞାଚାର୍ଯ୍ୟ ଥିବା ପଣ୍ଡିତ ଚିରଞ୍ଜିବୀ ଶାସ୍ତ୍ରୀଙ୍କ ପରିବାର ପୂଜା କରିବେ ବୋଲି ଘୋଷଣା କରିଥିଲେ ।

ସେହିଭଳି ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା କହିଛନ୍ତି ଆଗାମୀ ଏକ ବର୍ଷରେ ଏକ ଲକ୍ଷ ୮ ହଜାର ଏକଶହ ଆଠ ଗୋମାତାଙ୍କ ରହଣି ବ୍ୟବସ୍ଥା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଗୋବିନ୍ଦ ଗୋଧାମ ଗୋଶାଳ ତରଫରୁ କରାଯିବ । ଏହି କାର୍ଯ୍ୟକ୍ରମରେ ଅତିଥିମାନେ ଯଜ୍ଞସ୍ଥଳ ପରିକ୍ରମା ସହିତ ଶ୍ରୀମଦ ଭାଗବତ ପାଠ ଶ୍ରବଣ କରିଥିଲେ । ଆଜିର କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ତଥା ଟ୍ରଷ୍ଟର ମୁଖପାତ୍ର ବିଷ୍ଣୁଦତ୍ତ ଦାସ ପରିଚାଳନା କରିଥିଲେ ।

whatsapp image 2024 11 24 at 18.59.09 9ff7de4b

ଜୟପୁରର ଜଗନ୍ନାଥ ମନ୍ଦିରର ପୂଜା ଦାୟିତ୍ୱନେବେ, ଶାସ୍ତ୍ରୀ ପରିବାର – ଜୟନ୍ତ କୁମାର ଷଡଙ୍ଗୀ
ଏକ ବର୍ଷରେ ଏକ ଲକ୍ଷ 8 ହଜାର ଏକଶହ ଆଠ ଗୋମାତାଙ୍କ ରହଣି ବ୍ୟବସ୍ଥା କରିବ ଗୋବିନ୍ଦ ଗୋଧାମ ଗୋଶାଳା – ବିଷ୍ଣୁ ଚରଣ ପଣ୍ଡା

SPREAD YOUR LOVE WITH YOUR FRIENDS AND FAMILY