Home / ସାମାଜିକ / ସତ୍ୟବାଦୀରେ ବୁଲା ଗାଈ ଏବଂ ନନ୍ଦୀଙ୍କ ସୁରକ୍ଷା ଲାଗି ଯୁବଗୋଷ୍ଠୀଙ୍କର ପ୍ରୟାସ

ସତ୍ୟବାଦୀରେ ବୁଲା ଗାଈ ଏବଂ ନନ୍ଦୀଙ୍କ ସୁରକ୍ଷା ଲାଗି ଯୁବଗୋଷ୍ଠୀଙ୍କର ପ୍ରୟାସ

cow1

ସାକ୍ଷୀଗୋପାଳ:୨୬/୧୧/୨୦୨୪
ଶାଶ୍ଵତ ଟିଭି

ବିଜ୍ଞାନର ଅଗ୍ରଗତି ଫଳରେ ସହରାଞ୍ଚଳ ତଥା ଗ୍ରାମାଞ୍ଚଳରେ ରେ କଂକ୍ରିଟକରଣ ବୃଦ୍ଧି ପାଉଛି, କିନ୍ତୁ ନିରୀହ ପଶୁ ମାନଙ୍କ ପାଇଁ ଚାରଣ ଭୂମି ଓ ଛୋଟ ଶିଶୁ ମାନଙ୍କ ଲାଗି ଖେଳ ପଡିଆ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ଏଭଳି ପରିସ୍ଥିତିରେ ସହର ତଥା ଗ୍ରାମାଞ୍ଚଳରେ ବୁଲା ଗାଈଗୋରୁଙ୍କ ପାଇଁ ଆଶ୍ରୟସ୍ଥଳୀର ଅଭାବ ଯୋଗୁ ସେମାନେ ମୁଖ୍ୟ ସଡ଼କ ଉପରେ ଏଣେ ତେଣେ ଘୁରି ବୁଲୁଛନ୍ତି । ଯଦ୍ୱାରା ଦିନ ଏବଂ ରାତ୍ରି ସମୟରେ ଗାଈଗୋରୁ ଏଣେତେଣେ ଘୁରି ବୁଲୁଛନ୍ତି। ରାତ୍ରିର ଅନ୍ଧକାର ଏହି ବୁଲା ଗାଈ ଗୋରୁ ତଥା ମଣିଷ ମାନଙ୍କ ପାଇଁ ସାଜିଛି କାଳ । ଅନ୍ଧାରରେ ଗାଡି ଚାଳକ ମାନଙ୍କୁ ଠିକରେ ରାସ୍ତା ଦୃଶ୍ୟମାନ ନ ହେଉଥିବାରୁ, ଏଣେତେଣେ ଘୁରି ବୁଲୁଥିବା ଗାଈ ଗୋରୁଙ୍କ ଉପରେ ଗାଡି ମାଡ଼ କରିଦେଉଛନ୍ତି, ଯଦ୍ଵାରା ଉଭୟ ମଣିଷ ଓ ଗାଈଗୋରୁ ମୃତାହତ ହେଉଛନ୍ତି। ସମସ୍ତ ଗ୍ରାମ ତଥା ସହରାଞ୍ଚଳରେ ଦିନକୁ ଦିନ ଏହିଭଳି ଛୋଟ ବଡ଼ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି।

cow2

ଏହିଭଳି ଦୁର୍ଘଟଣାକୁ ଏଡାଇବା ପାଇଁ ସତ୍ୟବାଦୀ ଅଞ୍ଚଳରେ, ସମ୍ଭାବନା ସେବା ପରିଷଦ ସଭ୍ୟ ସମାଜ ଓ ଶାଶ୍ଵତ ଫାଉଣ୍ଡେସନ ର ମିଳିତ ସହଯୋଗରେ ବୁଲା ଗାଈଗୋରୁଙ୍କୁ ଚିହ୍ନଟ କରି ସେମାନଙ୍କର ବେକରେ ରେଡ଼ିୟମ ଯୁକ୍ତ ନେକ ବ୍ୟାଣ୍ଡ ବାନ୍ଧିବାର ପ୍ରୟାସ ଆରମ୍ଭ କରାଯାଇଅଛି । ଏହି ବ୍ୟାଣ୍ଡ ଲାଗିଲା ପରେ ଏଥିରେ ଲାଇଟ ପଡିଲେ ଏହା ଚକଚକ କରିବା ଫଳରେ ବାଇକ ଓ କାର ଆରୋହୀ ମାନେ ବୁଲା ଗାଈଗୋରୁ ମାନଙ୍କୁ ଦୂରରୁ ଦେଖିପାରିବେ ଏବଂ ଦୁର୍ଘଟଣାରୁ ବର୍ତ୍ତି ପାରିବେ ବୋଲି ଅନୁଷ୍ଠାନର ସଦସ୍ୟ ମାନେ ଆଶା ରଖିଛନ୍ତି ।

ସଂଗଠନର ସଦସ୍ୟ ପ୍ରଥମେ, ସେବାୟତ ଶ୍ୟାମ ସୁନ୍ଦର ମହାପାତ୍ରଙ୍କ ଙ୍କ ଦ୍ବାରା ଗୋପୂଜନ କରିଥିଲେ। ଗୋପୂଜନ ପରେ ସଂଗଠନର ସଦସ୍ୟ ହିମାଂଶୁ ମହାପାତ୍ର, ଶୁଭ ଲକ୍ଷ୍ମୀ ସେନାପତି, ପ୍ରହଲ୍ଲାଦ ଭୋଇ, ଦୀପ୍ତିସୁନ୍ଦର ମହାପାତ୍ର, ଶିବାନି ମହାପାତ୍ର ଦୀପ୍ତି ରଞ୍ଜନ ମହାନ୍ତି ପ୍ରମୁଖ ବୁଲା ଗାଇ ଗୋରୁଙ୍କୁ ଚିହ୍ନଟ କରି ସେମାନନଙ୍କ ବେକରେ ରେଡିୟମ ଯୁକ୍ତ ନେକ ବ୍ୟାଣ୍ଡ ବାନ୍ଧିଥିଲେ ଏବଂ ସ୍ଥାନୀୟ ଲୋକମାନେ ମଧ୍ୟ ସେମାନଙ୍କୁ ବାନ୍ଧିବାରେ ସହଯୋଗ କରିଥିଲେ।

ସଂଗଠନର ଏଭଳି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପକୁ ସାକ୍ଷୀଗୋପାଳ ମନ୍ଦିର ବରିଷ୍ଠ ସେବାୟତ ତଥା ଖବର ଦାତା କିଶୋର ମହାପାତ୍ର, ବସନ୍ତ କୁମାର ପଟ୍ଟନାୟକ, ଭରତ ରାଉତ, ସଞ୍ଜୟ ସାମନ୍ତରାୟ, ସନ୍ତୋଷ କୁମାର ପଣ୍ଡାଙ୍କ ସମେତ ଅଞ୍ଚଳର ବହୁ ବରିଷ୍ଠ ଓ ବୁଦ୍ଧିଜୀବିମାନେ ପ୍ରଶଂସା କରିଥିଲେ ଏବଂ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

SPREAD YOUR LOVE WITH YOUR FRIENDS AND FAMILY