Home / ସାମାଜିକ / ନୟାଗଡ ଜିଲ୍ଲା ଗୋଡିପଡାକୁ ବ୍ଳକ୍ ମାନ୍ୟତା ଦାବି ଆନ୍ଦୋଳନ ଜୋର ଧରିଲା।

ନୟାଗଡ ଜିଲ୍ଲା ଗୋଡିପଡାକୁ ବ୍ଳକ୍ ମାନ୍ୟତା ଦାବି ଆନ୍ଦୋଳନ ଜୋର ଧରିଲା।

godipada

ନୟାଗଡ: ୨୩/୦୨/୨୦୨୫ – (ଭାସ୍କର ଚନ୍ଦ୍ର ସ୍ୱାଇଁ)- ଗୋଡ଼ିପଡ଼ା ଲଡୁବାବା କଲ୍ୟାଣ ମଣ୍ଡପ ଠାରେ ଗୋଡ଼ିପଡ଼ା ବ୍ଳକ୍ କ୍ରିୟାନୁଷ୍ଠାନ କମିଟି ତରଫରୁ ପ୍ରାୟ ୧୮ଗୋଟି ଗ୍ରାମପଞ୍ଚାୟତର ନିର୍ବାଚିତ ପ୍ରତିନିଧି, ଜିଲ୍ଲା ପରିଷଦ ସଦସ୍ୟ ଙ୍କ ସମେତ ପ୍ରତ୍ୟେକ ପଞ୍ଚାୟତ ର ମହିଳା ଗ୍ରୁପ୍ ର ମା ମାନେ,ବୁଦ୍ଧିଜୀବୀ, ଯୁବକ ବନ୍ଧୁ, ଅବସର ପ୍ରାପ୍ତ କର୍ମଚାରୀ ଓ ଶିକ୍ଷାବିତ୍ ଙ୍କ ସମେତ ବହୁ ସରକାରୀ ଓ ବେସରକାରୀ କର୍ମଚାରୀ ମାନେ ବହୁ ସଂଖ୍ୟାରେ ମିଟିଂରେ ଯୋଗଦାନ କରିଥିଲେ। ସମସ୍ତଙ୍କ ଉପସ୍ଥିତିରେ ନୂତନ ଭାବେ ଏକ ସ୍ଥାୟୀ ବ୍ଲକ୍ କ୍ରିୟାନୁଷ୍ଠାନ କମିଟି ଗଠନ କରାଗଲା। ନୂତନ କର୍ମ କର୍ତ୍ତା ମାନେ ହେଲେ
ସଭାପତି – ଶ୍ରୀଯୁକ୍ତ ସତ୍ୟବାଦୀ ସାହୁ,ଉପସଭାପତି – ଶ୍ରୀଯୁକ୍ତ ଜୀବନ ଚନ୍ଦ୍ର ରାୟ ,ସମ୍ପାଦକ – ଶ୍ରୀଯୁକ୍ତ ବସନ୍ତ କୁମାର ମହାନ୍ତି, ସହ ସମ୍ପାଦକ – ଶ୍ରୀଯୁକ୍ତ ସୂର୍ଯ୍ୟମଣି ପ୍ରଧାନ, କୋଷାଧକ୍ଷ – ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ସାହୁ ସର୍ବ ସମ୍ମତି କ୍ରମେ ନିର୍ବାଚିତ ହୋଇ ବ୍ଲକ ଗଠନ କୁ କିଭଳି ଭାବେ ଆଗକୁ ନେବେ ପ୍ରଭୁ ଲଡ଼ୁ ବାବାଙ୍କ ନିକଟରେ ଶପଥ ଗ୍ରହଣ କରିଥିଲେ। ନୂତନ କର୍ମ କର୍ତ୍ତା ମାନଙ୍କୁ ଉପସ୍ଥିତ ସମସ୍ତ ସଭ୍ୟ ସଭ୍ୟା ମାନେ କରତାଳି ଦେଇ ସ୍ଵାଗତ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY