Home / ସାମାଜିକ / ପୁରୀ ଜିଲ୍ଲା କଂଗ୍ରେସ କମିଟି ଦ୍ୱାରା ପହେଲଗାମ ଆତଙ୍କବାଦୀ ଆକ୍ରମଣ ରେ ମୃତାହତଙ୍କ ପାଇଁ ମହମବତୀ ଶୋଭାଯାତ୍ରା

ପୁରୀ ଜିଲ୍ଲା କଂଗ୍ରେସ କମିଟି ଦ୍ୱାରା ପହେଲଗାମ ଆତଙ୍କବାଦୀ ଆକ୍ରମଣ ରେ ମୃତାହତଙ୍କ ପାଇଁ ମହମବତୀ ଶୋଭାଯାତ୍ରା

congress

ପୁରୀ: ୨୪/୦୪/୨୦୨୫ – ନି:ପ୍ର- ପୁରୀ ଜିଲ୍ଲା କଂଗ୍ରେସ ସଂଯୋଜକ ଇଂ ରାଜେଶ କୁମାର ମିଶ୍ର ଙ୍କ ନେତୃତ୍ବରେ ଜମ୍ମୁ କାଶ୍ମୀର ସ୍ଥିତ ପହେଲଗାମ ଆତଙ୍କବାଦୀ ଆକ୍ରମଣ ରେ ୨୬ ଜଣ ପର୍ଯ୍ୟଟକ ଙ୍କ ମୃତ୍ୟୁ ଏବଂ ବାଲେଶ୍ଵରର ଜଣେ ଓଡିଆ ପର୍ଯ୍ୟଟକ ପ୍ରଶାନ୍ତ କୁମାର ଶତପଥି ଙ୍କ ଉଦ୍ଦେଶ୍ୟରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି, ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ ପୁରୀ ଜିଲ୍ଲା କଂଗ୍ରେସ କମିଟି ତରଫରୁ ମୁକ୍ତାକାଶ ରଙ୍ଗ‌ମଞ୍ଚ‌ ଠାରୁ ମାରଚିକୋଟ ଛକ ପୁରୀ ପର୍ଯ୍ୟନ୍ତ ଏକ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଉତ୍ତମ କୁମାର ଆଚାର୍ଯ୍ୟ, ପୁଷ୍କର ମହାପାତ୍ର, ସେବା ଦଳ ସଭାପତି ବିସ୍ଵକେଶନ ହରିଚନ୍ଦନ ମହାପାତ୍ର, ଉମାକାନ୍ତ ବରାଳ, ମନୋଜ ରଥ, ବିଭୁଦତ୍ତ ମିଶ୍ର, ବିଦୁତଲତା ଆଚାର୍ଯ୍ୟ, ସରସ୍ଵତୀ ପାତ୍ର, ନିରୁପମା ସାହୁ, ନଗର କଂଗ୍ରେସ (କ) ସଭାପତି ଛାବିନ୍ଦ୍ର ପଢ଼ିଆରି, ନଗର କଂଗ୍ରେସ (ଖ) ସଭାପତି ଅମରେନ୍ଦ୍ର ପାଇକରାୟ, ଉମାପଦ ମିଶ୍ର, ସିତାକାନ୍ତ ମହାନ୍ତି, କଂଗ୍ରେସ ଲିଗାଲ ସେଲ ସଭାପତି କାଲି ପ୍ରାସାଦ ନାୟକ, ପୂର୍ବତନ ପିସିସି ସଂପାଦକ ବିଶ୍ଵନାଥ ଦାଶ, ସୁକାନ୍ତ କୁମାର ପ୍ରଧାନ, ଜିବେଶଚନ୍ଦ୍ର ରଥ, ଆର୍ତ୍ତତ୍ରାଣ ସାହୁ,ରଜତ କୁମାର ସାହୁ, ରାମଚନ୍ଦ୍ର ସାହୁ, ରାଜା ମହାନ୍ତି, ଅବିନାସ ମିଶ୍ର, ସୈମ୍ୟକାନ୍ତ ପ୍ରଧାନ, ଆଶୁତୋଷ ମିଶ୍ର, ବିଶ୍ବରଂଜନ ସାମନ୍ତରାୟ, ଉମାକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ଜିଲ୍ଲା କଂଗ୍ରେସ ମୁଖପାତ୍ର ସ୍ବାଧୀନ କୁମାର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

SPREAD YOUR LOVE WITH YOUR FRIENDS AND FAMILY