ନୟାଗଡ଼, ତା- ୨୬.୬.୨୫ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ- ସମାଜ ଅନୁଷ୍ଠାନ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୮୭ ତମ ଶ୍ରାଦ୍ଧଦିବସ ଅବସରରେ ନୟାଗଡ ଗାନ୍ଧୀ ବିଚାର ପ୍ରଚାର ପ୍ରସାର ମଞ୍ଚ ପକ୍ଷରୁ ସ୍ଥାନୀୟ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ଥିଲା l ବିଶିଷ୍ଟ ସମାଜସେବୀ ତଥା ନୂତନ ରୋଟାରୀ କ୍ଲବ ସଭାପତି ଶ୍ରୀ ପ୍ରମୋଦ ପଟ୍ଟନାୟକ, ମଞ୍ଚର ଆବାହକ ତଥା ଜିଲ୍ଲା ଓକିଲ ସଙ୍ଘ ସଭାପତି ଶ୍ରୀ ରଣଜିତ ଦାଶ, କେସି କ୍ଲବ ସମ୍ପାଦକ ତଥା ନୂତନ ରୋଟାରୀ କ୍ଲବ ସମ୍ପାଦକ ଶ୍ରୀ ସଂଗ୍ରାମ ଗୁମାନସିଂ, କଂଗ୍ରେସ ନେତା ଶ୍ରୀ ପୂର୍ଣ୍ଣଚନ୍ଦ୍ର ସାନ୍ତ ପ୍ରମୁଖ ଗୋପବନ୍ଧୁଙ୍କୁ ଶ୍ରଦ୍ଧାସୁମନ ଜଣାଇଥିଲେ l
ନୟାଗଡ଼ ଗାନ୍ଧୀ ବିଚାର ପ୍ରଚାର ପ୍ରସାର ମଞ୍ଚ ପକ୍ଷରୁ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ











