Home / ମୁଖ୍ୟ ଖବର / ମା ଭଗବତୀ ଙ୍କୁ ଦର୍ଶନ କଲେ ହାଇକୋର୍ଟର ବିଚାରପତି ଶ୍ରୀଯୁକ୍ତ ଆଦିତ୍ୟ ମହାପାତ୍ର

ମା ଭଗବତୀ ଙ୍କୁ ଦର୍ଶନ କଲେ ହାଇକୋର୍ଟର ବିଚାରପତି ଶ୍ରୀଯୁକ୍ତ ଆଦିତ୍ୟ ମହାପାତ୍ର

bicharapati

ବାଣପୁର: ତା ୨୩.୬.୨୪ – ରଞ୍ଜନ ମହାପାତ୍ର – ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀଙ୍କୁ ଦର୍ଶନ କରିଛନ୍ତି ହାଇକୋର୍ଟର ବିଚାରପତି ଶ୍ରୀଯୁକ୍ତ ଆଦିତ୍ୟ ମହାପାତ୍ର, ବାଣପୁର କୁମାରାଙ୍ଗ ଶାସନରେ ଜନ୍ମିତ ଶ୍ରୀଯୁକ୍ତ ମହାପାତ୍ର ସପରିବାର ସହ ଆସି ମା’ଙ୍କୁ ଦର୍ଶନ କରି ମାଙ୍କ ଆଶ୍ରିବାଦ ଭିକ୍ଷା କରିଥିଲେ l ମନ୍ଦିରର ବରିଷ୍ଠ ପୁଜକ କୃତିବାସ ମହାପାତ୍ର, ବଡ ପାଳିଆମାଳୀ ସଞ୍ଜୟ ମହାପାତ୍ର ମାଙ୍କ ପାଖରେ ବିଚାରପତିଙ୍କ ପାଇଁ ପୂଜା ଅର୍ଚ୍ଚନା କରିଥିଲେ l ମା ଙ୍କ ଦର୍ଶନ ସରିବା ପରେ ମନ୍ଦିରର ସେବାୟତ ମାନଙ୍କ ସହ ମନ୍ଦିର ବିଷୟରେ ଆଲୋଚନା କରିଥିଲେ l ବିଚାରପତିଙ୍କ ଦର୍ଶନ ପାଇଁ ବାଣପୁର ଥାନା ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ଇନଚାର୍ଜ ଶ୍ରୀଯୁକ୍ତ ଦେବତା ଓ ଥାନାର ଅଫିସର ମାନେ ଉପସ୍ଥିତ ରହି ଶୃଙ୍ଖଳା ବ୍ୟବସ୍ତା କଡାକଡି କରିଥିଲେ l ତତ ସହିତ ବାଣପୁର ମୁନିସିଫ କୋର୍ଟର ବିଚାରପତି ଓ ଅନ୍ୟାନ କର୍ମଚାରୀ ଉପସ୍ଥିତ ଥିଲେ ଏବଂ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି ସୂଚାରୁ ରୂପେ ଶ୍ରୀ ମହାପାତ୍ରଙ୍କୁ ମାଙ୍କର ଦର୍ଶନ କରାଇଥିଲେ l ଶେଷରେ ଶ୍ରୀ ମହାପାତ୍ର ଜନ୍ମ ମାଟି କୁମାରାଙ୍ଗ ଶାସନରେ ଥିବା ନିଜ ଘରକୁ ବୁଲି ଦେଖିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply