Home / ମୁଖ୍ୟ ଖବର / ତାଳଦା ବୋଇତ ବନ୍ଦାଣ ପାଇଁ ବେଆଇନ ଅର୍ଥ ଆଦାୟ ଅଭିଯୋଗ, କାର୍ଯ୍ୟକ୍ରମରେ ଅଞ୍ଚଳର ବରିଷ୍ଠଙ୍କୁ ଉପେକ୍ଷା

ତାଳଦା ବୋଇତ ବନ୍ଦାଣ ପାଇଁ ବେଆଇନ ଅର୍ଥ ଆଦାୟ ଅଭିଯୋଗ, କାର୍ଯ୍ୟକ୍ରମରେ ଅଞ୍ଚଳର ବରିଷ୍ଠଙ୍କୁ ଉପେକ୍ଷା

talda

କାକଟପୁର: ତା ୧୩/୧୧/୨୦୨୪
ରିପୋର୍ଟ୍ : ତୁଷାର ଦୀକ୍ଷିତ୍
ଅସ୍ତରଙ୍ଗ ବ୍ଲକ ଅଧିନସ୍ଥ ତାଳଦା ଦ୍ବୀପାଞ୍ଚଳ ଘାଟ ଠାରେ ବୋଇତ ବନ୍ଦାଣ ଓ ବାଲିଯାତ୍ରା ଉତ୍ସବ ପାଳନକୁ ନେଇ ରାଜନୈତିକ ମହଲରେ ବିବାଦ ମୁଣ୍ଡ ଟେକିଥିବା ବେଳେ ଭିନ୍ନ ଭିନ୍ନ ରାଜନୈତିକ ଗୋଷ୍ଠୀଙ୍କ ମଧ୍ୟରେ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଛି l ଖବର ନେବାରେ ଜଣାପଡିଛି ଯେ ଏହି ବୋଇତ ବନ୍ଦାଣ ଉତ୍ସବକୁ ପରିଚାଳନା କରୁଥିବା କେତେକ ମୁଷ୍ଟିମେୟ ବ୍ୟକ୍ତି ନିଜେ ମନମାନି କରି ଅଞ୍ଚଳର ବରିଷ୍ଠ ନେତା ମାନଙ୍କୁ ଉଦ୍ଦେଶ୍ୟ ମୂଳକ ଭାବେ ଉପେକ୍ଷା କରିବା ଯୋଗୁଁ ଉତ୍ସବଟି ଫିକା ପଡିବ ଚାରିଆଡେ ଚର୍ଚ୍ଚା ଚାଲିଛି l ଏହି ଉତ୍ସବରେ ସମ୍ପୃକ୍ତ ତାଳଦା ସରପଞ୍ଚ ଆକ୍ସିସ ବ୍ୟାଙ୍କରେ ଥିବା ନିଜ ଆକାଉଣ୍ଟ ନମ୍ବର ଦେଇ ଠିକାଦାର, ସ୍ଥାନୀୟ ରାଜନେତା, ଆର୍ଥିକ ସ୍ୱଛଳ ବ୍ୟକ୍ତି ମାନଙ୍କଠାରୁ ଚାନ୍ଦା ଆଦାୟ କରିବାକୁ ପ୍ରୟାସ ଜାରି ରଖିଛନ୍ତି l ପ୍ରକୃତ ପକ୍ଷେ ତାଳଦା ଠାରେ ବୋଇତ ବନ୍ଦାଣ ଉତ୍ସବରେ ପ୍ରତିନିଧିତ୍ୱ କରୁଥିବା କିଛି ମୁଷ୍ଟିମେୟ ବ୍ୟକ୍ତି ଅଭିଜ୍ଞା ଓ ପୃଷ୍ଟପୋଷକ ଥିବା ବ୍ୟକ୍ତି ଙ୍କୁ ଅଣଦେଖା କରିବା ଦ୍ୱାରା ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି l ଅପରପକ୍ଷରେ ଅସ୍ତରଙ୍ଗ ବ୍ଲକର ହିନ୍ଦୁ ଓ ମୁସଲିମ ସମନ୍ୱୟର ପୀଠ ଜାହାନିଆ ବେଳାଭୂମିରେ ପାରମ୍ପରିକ ବାଲିଯାତ୍ରା ଅନୁଷ୍ଠିତ ହୋଇଆସୁଥିବାବେଳେ ସେହି ବ୍ଲକରେ ସମାନ୍ତରାଳ ଭାବେ ଆଉ ଏକ ବୋଇତ ବନ୍ଦାଣ ଓ ବାଲିଯାତ୍ରା ଉତ୍ସବ ପାଳନ କରିବାକୁ ନେଇ ସ୍ଥାନୀୟ ପୋଲିସ ପ୍ରଶାସନ ଏହାକୁ କିଭଳି ପରିଚାଳନା କରିବ ତାହା ମୁଣ୍ଡବ୍ୟଥାର କାରଣ ପାଲଟିଛି l

SPREAD YOUR LOVE WITH YOUR FRIENDS AND FAMILY