Home / ଶିକ୍ଷା / ସାଇ କିଡ୍ସ ପ୍ଲେସ୍କୁଲ ଟାଲେଣ୍ଟ ହଣ୍ଟ ପ୍ରତିଯୋଗିତାରେ ପ୍ରତିଭା ଦେଖାଇଲେ ପାଞ୍ଚଶହ ପ୍ରତିଯୋଗୀ

ସାଇ କିଡ୍ସ ପ୍ଲେସ୍କୁଲ ଟାଲେଣ୍ଟ ହଣ୍ଟ ପ୍ରତିଯୋଗିତାରେ ପ୍ରତିଭା ଦେଖାଇଲେ ପାଞ୍ଚଶହ ପ୍ରତିଯୋଗୀ

sai kids

ଭୁବନେଶ୍ବର: ୧୨.୧୧.୨୪

ଭୁବନେଶ୍ବର ରବିଟାକିସ୍ ସ୍ଥିତ ସାଇ କିଡ୍ସ ପ୍ଲେ ସ୍କୁଲରେ ଅନୁଷ୍ଠିତ ହୋଇଯାଇଛି ଇଣ୍ଟରସ୍କୁଲ୍ ଟାଲେଣ୍ଟ ହଣ୍ଟ ପ୍ରତିଯୋଗିତା। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସହର ଏବଂ ନିକଟବର୍ତ୍ତୀ ଅଞ୍ଚଳର ପ୍ରାୟ ୨୫ରୁ ଅଧିକ ସ୍କୁଲର ୫୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ପାଈଁ ଚିତ୍ରାଙ୍କନ, ହିନ୍ଦୀ ଓ ଇଂରାଜୀ ରାଇମ୍ସ୍, ବକ୍ତୃତା ଓ ଗଳ୍ପ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।ସ୍କୁଲର ନିର୍ଦ୍ଦେଶକ ରବିନାରାୟଣ ମହାରଣା ଏବଂ ଅଧ୍ୟକ୍ଷା ସ୍ମୃତିସୁଧା ପଟ୍ଟନାୟକ କହିଛନ୍ତି ଯେ, ଏହି ପ୍ରତିଯୋଗିତା ପିଲାମାନଙ୍କ ମଧ୍ୟରୁ ଗୋପନ ଥିବା ପ୍ରତିଭାକୁ ଆଗକୁ ଆଣିବା ଏବଂ ସେମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆୟୋଜିତ ହୋଇଛି।

sai kids1

ତେବେ ଏପରି କାର୍ଯ୍ୟକ୍ରମ ମାଧ୍ୟମରେ ପିଲାମାନେ ନୂଆ କୌଶଳ ଶିଖିବା ସହିତ ସାମାଜିକ ଜ୍ଞାନ ଓ ଆତ୍ମବିଶ୍ୱାସ ବୃଦ୍ଧି କରିପାରିବେ।ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମହାନଗର ନିଗମର ମେୟର୍ ଶ୍ରୀମତୀ ସୁଲୋଚନା ଦାସ, ସ୍ଥାନୀୟ କର୍ପୋରେଟର ଶ୍ରୀ ନୃପେଶ ନାୟକ ଏବଂ ପୂର୍ବତନ କର୍ପୋରେଟର ଶ୍ରୀମତୀ ସୀମା ନାୟକ ଅଂଶଗ୍ରହଣ କରିଥିଲେ। ବିଚାରକ ମଣ୍ଡଳରେ ଶ୍ରୁତକୃତି ତ୍ରିପାଠୀ, ଅର୍ପିତା ନନ୍ଦ, ଜୟଶ୍ରୀ ଦାଶ, କନକକାନ୍ତି ତ୍ରିପାଠୀ, ସ୍ମୃତିଶ୍ରୀ ମିଶ୍ର, ସିଲିମା ଦାଶ ଏବଂ ରାଜଶ୍ରୀ ବଟୁ ରହିଥିଲେ।ସାରା କାର୍ଯ୍ୟକ୍ରମଟିକୁ ଶିକ୍ଷୟତ୍ରୀ ଦିପ୍ତିଶିଖା ମହାନ୍ତି, ଅଞ୍ଜଳି ଦାଶ, ମଧୁସ୍ମିତା ମହାକୁଡ଼, ରସ୍ମିତା ସେନାପତି, ଜ୍ଯୋତ୍ସ୍ନା ଆଚାର୍ଯ୍ୟ, ସୋମା ଗୋସ୍ୱାମୀ, ଲଡ଼ଲି ପଣ୍ଡା, ପୂର୍ଣ୍ଣିମା ତ୍ରିପାଠୀ ଏବଂ ସୁସ୍ମିତା ପାତ୍ର ଅତ୍ୟନ୍ତ ସାର୍ଥକ ଭାବରେ ପରିଚାଳନା କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY